]
ଏହି ପ୍ରସଙ୍ଗ ଏକ ନିକଟର ବିପର୍ଯ୍ୟୟ ବାବଦରେ । ଏହି ଘଟଣା ବାବଦରେ ସୂଚନା ଖୁବ କମ ସମୟରେ ବଦଳିପାରେ ଓ ଅବିଶ୍ୱସନୀୟ ମଧ୍ୟ ହୋଇପାରେ । ନଗଦ ବଦଳ ଏହି ପ୍ରସଙ୍ଗରେ ବିପର୍ଯ୍ୟୟଟିର ସବୁ ଦିଗ ବାବଦରେ ନଗଦତମ ତଥ୍ୟ ନଥାଇପାରେ । |
ଓଡ଼ିଶା ରେଳ ଧକ୍କା | |
---|---|
ସବିଶେଷ | |
ତାରିଖ | 2 ଜୁନ 2023 ୧୮:୫୦ ଆଇଏସଟି (୧୩:୨୦ ଜିଏମଟି)[୧] |
ଅବସ୍ଥାନ | ବାହାନଗା ବଜାର ରେଳ ଷ୍ଟେସନ, ବାଲେଶ୍ୱର, ଓଡ଼ିଶା |
ଅବସ୍ଥିତି | 21°20′17″N 86°45′52″E / 21.33806°N 86.76444°E |
ଦେଶ | ଭାରତ |
ଚାଳକ | ଭାରତୀୟ ରେଳ |
ଘଟଣା ପ୍ରକାର | ବିଚ୍ୟୁତ, ଦ୍ୱିତ ଧକ୍କା |
ଆକଳନ | |
ରେଳ | ୩ଟି ରେଳଗାଡ଼ି |
ମୃତ୍ୟୁ | ୨୮୮[୨] |
ଆହତ | ୯୦୦+ |
୨୦୨୩ ଜୁନ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ସହର ନିକଟସ୍ଥ ବାହାନଗାଠାରେ ଏକ ରେଳ ଧକ୍କା ହୋଇଥିଲା । ଏଥିରେ ତିନୋଟି ଟ୍ରେନ ପ୍ରଭାବିତ ହୋଇଥିଲେ: ଦୁଇ ଯାତ୍ରୀବାହୀ ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଓ ୧୨୮୬୪ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ, ଏବଂ ଏକ ମାଲଗାଡ଼ି । ୨୦୨୩ ଜୁନ ୩ ତାରିଖ ସୁଦ୍ଧା ଏହି ଘଟଣାରେ ୨୮୮ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି ।[୩][୧][୪] ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ବିବେଚନା କରାଯାଏ ।[୫][୬]
୨୦୨୩ ଜୁନ ୨ ତାରିଖରେ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟାରେ (୧୩:୩୦ ଜିଏମଟି)[୭] ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୯୦୦ରୁ ଅଧିକ ଆହତ ହୋଇଥିଲେ ।[୮][୯][୧୦] ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଏ ଯେ ପ୍ରଥମ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ଏବଂ ଏହାର କିଛି ବଗି ଓଲଟି ବିପରୀତ ରେଳଧାରଣାରେ ପଡ଼ିଥିଲା । ସେଠାରେ ସେ ବଗିସବୁ ଦ୍ୱିତୀୟ ଟ୍ରେନ ସହ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ସମ୍ପୃକ୍ତ ଥିଲା ।[୮]
ଏଥିରେ ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ (ଶାଲିମାର ଏବଂ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ) ଏବଂ ୧୨୮୬୪ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ (ଏସଏମଭିଟି ବେଙ୍ଗାଲୁରୁ ଏବଂ ହାୱଡା ମଧ୍ୟରେ) ମଧ୍ୟରେ ଧକ୍କା ହୋଇଥିଲା ।[୧୧][୧୨] କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ପରେ ଅଟକି ରହିଥିବା ଏକ ମାଲଗାଡ଼ି ସହ ଧକ୍କା ହୋଇଥିଲା । ଏହାପରେ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଭଗ୍ନାବଶେଷ ମଧ୍ୟକୁ ମାଡ଼ିଯାଇଥିଲା ।[୧୩] ଗୋଟିଏ ଟ୍ରେନକୁ କ୍ଲାସ ଡବ୍ଲ୍ୟୁଏପି-୭ ଲୋକୋମୋଟିଭ ୩୭୩୩୪ଦ୍ୱାରା ଟଣାଯାଇଥିଲା ।[୧୪]
ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ଗଣାଯାଏ ।[୫]
ଭାରତୀୟ ରେଳବାଇ ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟରେ ୩ଟି ଏନଡିଆରଏଫ ୟୁନିଟ, ୪ଟି ଓଡ୍ରାଫ ୟୁନିଟ, ୧୫ରୁ ଅଧିକ ଅଗ୍ନିଶମ ଉଦ୍ଧାରକାରୀ ଦଳ, ୧୦୦ ଡାକ୍ତର, ୨୦୦ ପୁଲିସ କର୍ମଚାରୀ ଓ ୨୦୦ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନ୍ୟ ୪ଟି ଏନଡିଆରଏଫ ଦଳ ଦୁର୍ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ବହିବାରେ ସ୍ଥାନୀୟ ବସ କମ୍ପାନୀଗୁଡ଼ିକ ସହଯୋଗ କରିଥିଲେ ।[୧୫][୮] ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ପାଣି ଯୋଗାଇଥିଲେ ଏବଂ ଯଥାସମ୍ଭବ ସେମାନଙ୍କର ଜିନିଷପତ୍ର ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ ।[୧୬]